ଗଞ୍ଜାମରେ ସ୍ଥିତି ଅସମ୍ଭାଳ: ଆକ୍ରାନ୍ତ ସଂଖ୍ୟା ୨୫୦କୁ ଟପିଲା

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦କୁ ଟପିଛି। ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ବେଳେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ପୂର୍ବରୁ ସେମାନଙ୍କର ନମୁନା ଯାଞ୍ଚ କରାଯାଇଥିଲା। ତେବେ ଗୁରୁବାର ଆସିଥିବା ରିପୋର୍ଟରେ ସେମାନଙ୍କର କରୋନା ପଜିଟିଭ୍‌ ବାହାରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ଏବଂ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share