ଛତ୍ରପୁର,୬।୬(ଡି.ଏନ୍.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ୬୦ ଘଣ୍ଟା ଶଟ୍ଡାଉନ୍ ଜାରି ରହିଛି। ଜିଲାରେ ଶୁକ୍ରବାର ସନ୍ଧ୍ୟା ୭ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶଟ୍ଡାଉନ୍ ରହିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରଯାଇଥିଲା। ଶୁକ୍ରବାର ସନ୍ଧ୍ୟା ୭ଟା ପୂର୍ବରୁ ହିଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଲାଠି ଧରି ଛତ୍ରପୁର ସହର ବୁଲି ଦୋକାନ ବନ୍ଦ ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଉତ୍ତମ ମଧ୍ୟମ ଦେଉଥିବା ଦେଖିବାକୁ ମିଳିଥିଲା। ଶନିବାର ମଧ୍ୟ ଛତ୍ରପୁର ବଜାର ରାସ୍ତାରେ ପ୍ରଶାସନିକ ଅଧିକାରୀ ବୁଲୁଛନ୍ତି।
ଅପରପକ୍ଷରେ ଛତ୍ରପୁର, ଚମାଖଣ୍ଡି ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶଟ୍ଡାଉନ୍ ନେଇ ଛତ୍ରପୁର ସହର ଶୂନଶାନ ହୋଇଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେକାନ ଖୋଲା ରହିଛି।