ଗଞ୍ଜାମର ନୂଆ ଏଡିଏମ୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିୟ କୁମାର ସାହୁ

ଛତ୍ରପୁର,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ଅମିୟ କୁମାର ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ କଟକ ଜିଲା ଆଠଗଡ଼ ଉପଜିଲାପାଳ ଥିଲେ। ପଦୋନ୍ନତି ହେବା ପରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା। ସେ ୧୯୯୭ ବ୍ୟାଚର ଓଏଏସ୍‌ ଅଫିସର। ତେବେ ୩ ମାସ ହେଲା ଏହି ପଦବୀ ଖାଲିଥିବା ସୂଚନା ମିଳିଛି।

Share