ଛତ୍ରପୁର,୯ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାର ୨୭୬୩ ଅଙ୍ଗନୱାଡି କେନ୍ଦ୍ରରେ ପାନୀୟ ଜଳ ସୁବିଧା ନାହିଁ । ଜିଲାରେ ରହିଛି ୫୧୪୧ ଅଙ୍ଗନୱାଡି କେନ୍ଦ୍ର । ଏଥିରୁ ୨୩୭୮ ଅଙ୍ଗନୱାଡି କେନ୍ଦ୍ରରେ ପାନୀୟଜଳ ର ସୁବିଧା ଅଛି । ଜିଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଡିଆରଡିଏ କାର୍ଯ୍ୟାଳୟକୁ ଦିଆଯାଇଥିବା ତଥ୍ୟ ଅନୁସାରେ ଜିଲାରେ ୪୫୮୧ ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିଲା । ଏଥିରୁ ୨୯୮୨ ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ କାମ ସରିଛି । ଅପରପକ୍ଷରେ ଜିଲାର ୧୫୯୯ ଅଙ୍ଗନୱାଡି କେନ୍ଦ୍ର ଏବେବି ଅସ୍ଥାୟୀ କୋଠାରେ ଚାଲିଛି । କେଉଁଠି କୋଠଘର ତ କେଉଁଠି ସ୍କୁଲ ଆଉ ଭଡାରେ ଏହି କେନ୍ଦ୍ର ରହିଛି । ୭୯୭ ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ ଚାଲିଥିବା ବେଳେ ୮୦୨ କେନ୍ଦ୍ର କୋଠା ନିର୍ମାଣ ଆରମ୍ଭ ହୋଇନି । ଚଳିତ ସପ୍ତାହରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଛତ୍ରପୁର ଆସି ଏହି ସବୁର ସମୀକ୍ଷା କରିଛନ୍ତି । ଏଥିସହ ୟୁନିସେଫ୍ର ଏକ ଟିମ୍ ମଧ୍ୟ ଜିଲାକୁ ଆସି ଅନୁଧ୍ୟାନ କରି ଫେରିଛନ୍ତି । ଜିଲାର ୨ ହଜାର ୫୫୩ ଅଙ୍ଗନୱାଡି କେନ୍ଦ୍ରରେ ରୋଷେଇ ଘର ରହିଛି । ଏଥିସହ ଜିଲାର ୫୧୪୧ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୨୦୪୦ ଅଙ୍ଗନୱାଡି କେନ୍ଦ୍ରରେ ପାଇଖାନା ଓ ୪୧୧ କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ରହିଛି ।

ଶାଶୁଶ୍ୱଶୁରଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ ଅପହରଣ ଅଭିଯୋଗ, ସ୍ବାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ରାସ୍ତାର ଦଳିତ ସାହିରେ ଶାଶୁ,ଶ୍ୱଶୁର ଓ ସ୍ତ୍ରୀଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ...

ନୀଳାଦ୍ରିପୁରରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଉଗ୍ରରୂପ ନେଲାଣି। ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି...

ଚାଷଜମିରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ
ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତ ଗୁଣସାଗର ଗ୍ରାମ ନିକଟ ଚାଷଜମିରୁ ଗୁରୁବାର ସକାଳେ ଜଣେ ବୃଦ୍ଧ ଚାଷୀଙ୍କ ଗଳିତ...

ନାବାଳିକା ଛାତ୍ରୀ ଅପହୃତ: ଘରୁ ବ୍ୟାଙ୍କ ଜମାଖାତା, ସାର୍ଟିଫିକେଟ୍ ସବୁ ଗାଏବ, ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।...

ମା’ ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା: ଭକ୍ତଙ୍କୁ ଆକୃଷ୍ଟ କରୁଛି ଧୂଳିଦଣ୍ଡ
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲା ପ୍ରସିଦ୍ଧ ମା’ କାଳୀଙ୍କ ଦଣ୍ଡଯାତ୍ରା ପର୍ବ ଆସନ୍ତା ମେରୁ ସଂକ୍ରାନ୍ତିରେ ଶେଷ ହେବ। ବିଭିନ୍ନ...

ସ୍ୱାମୀ ସ୍ତ୍ରୀ କଳହରୁ ଡିନାମାଇଟ ବିସ୍ଫୋରଣ: ଉଡ଼ିଲା ଛାତ ଅଳ୍ପକେ ବର୍ତ୍ତିଲେ ୩ ପରିବାର
ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବୋମା ବିସ୍ଫୋରଣରେ ୩ ଘରର...

ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି
ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ...

ଅଧିକରୁ ଅଧିକ ବହି କିଣି ଜ୍ଞାନ ଆହରଣ କରିବାକୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ଅବସରରେ ବୁଧବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି। ଏହି...