Categories: ଗଞ୍ଜାମ

ଗଞ୍ଜାମର ୩୩୯ ଗଁ। କୁ ଯାଇପାରୁନି ଆମ୍ବୁଲାନ୍ସ : ଗର୍ଭବତୀ, ଶିଶୁଙ୍କୁ ମିଳୁଛି ୧ ହଜାର ଟଙ୍କା

ଛତ୍ରପୁର,୨୫ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ୩୩୯ ଗଁ।କୁ ଆମ୍ବୁଲାନ୍ସ ଯାଇପାରୁ ନ ଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ ପରେ ଚିହ୍ନଟ ହୋଇଛି। ଆମ୍ବୁଲାନ୍ସ ଉକ୍ତ ଗଁ।ଗୁଡିକୁ ଯାଇପାରୁ ନ ଥିବାରୁ ଗର୍ଭବତୀଙ୍କଠାରୁ ଆରମ୍ଭ କରି ଦିବ୍ୟାଙ୍ଗ, ଶିଶୁ ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲକୁ ଆଣିବାରେ ଅସୁବିଧା ହେଉଛି। ବିଶେଷକରି ଗର୍ଭବତୀମାନଙ୍କୁ ହସ୍ପିଟାଲକୁ ଆଣିବା ପାଇଁ ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଜିଲାର କେତେକ ସ୍ଥାନରେ ଗର୍ଭବତୀ ଓ ରୋଗୀଙ୍କୁ କାନ୍ଧରେ ବୋହି ହସ୍ପିଟାଲକୁ ଅଣାଯାଉଛି। ଏପରିକି ହସ୍ପିଟାଲକୁ ଆସିବା ପୂର୍ବରୁ ରାସ୍ତାରେ ହିଁ ପ୍ରସବ ହେଉଛି। ଦୁର୍ଘଟଣାଗ୍ରସ୍ତଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ଆଣାଯାଇ ପାରୁନି। ବିଳମ୍ବ ଯୋଗୁ ଅନେକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ବିଶେଷକରି ସରକାରଙ୍କ ୧୦୨ ଓ ୧୦୮ ଆମ୍ବୁଲାନ୍ସ ଯାଇପାରୁ ନ ଥିବା ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ପ୍ରସବ ପାଇଁ ହସ୍ପିଟାଲକୁ ଯିବା ପାଇଁ ଉକ୍ତ ଗଁାଗୁଡିକର ଗର୍ଭବତୀମାନଙ୍କୁ ୧ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜିଲାରେ ୩୫ ଟି ୧୦୮ ଓ ୩୯ ଟି ୧୦୨ ଆମ୍ବୁଲାନ୍ସ ରହିଛି। ଗର୍ଭବତୀ ଓ ଅସୁସ୍ଥ ୧ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ହସ୍ପିଟାଲ ନେବାକୁ ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୧୮ ଆମ୍ବୁଲାନ୍ସ ମଧ୍ୟ ରହିଛି। ତେବେ ଏଥିପାଇଁ ରୋଗୀ ମାନଙ୍କୁ ଭଡା ଦେବାକୁ ପଡୁଛି। ହସ୍ପିଟାଲରୁ ଘରକୁ ମୃତଦେହ ନେବା ପାଇଁ ରେଡ୍‌କ୍ରସ ଦ୍ୱାରା ପରିଚାଳିତ ୩ ମହାପ୍ରୟାଣ ଗାଡି ରହିଛି। ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲରେ ଗୋଟିଏ ଏବଂ ବ୍ରହ୍ମପୁର ବଡ ମେଡିକାଲରେ ୨ ଟି ମହାପ୍ରୟାଣ ଗାଡି ରହିଛି। ଅପରପକ୍ଷରେ ଜିଲାର ସଦର ମହକୁମା ଛତ୍ରପୁର ହସ୍ପିଟାଲରେ ମହାପ୍ର୍ରୟାଣ ଗାଡି ନ ଥିବାରୁ ଏହାର ବ୍ୟବସ୍ଥା କରିବାକୁ ରୋଗୀ କଲ୍ୟାଣ ସମିତି ପକ୍ଷରୁ ସର୍ବସମ୍ମତି ପ୍ରସ୍ତାବ ସ୍ବାସ୍ଥ୍ୟ ବିଭାଗକୁ ପଠାଯାଇଥିଲା। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନି। ଭଞ୍ଜନଗର ହସ୍ପିଟାଲରୁ ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ସୁଦ୍ଧା ୫୮ ମୃତଦେହ ମହାପ୍ରୟାଣ ଗାଡି ଯୋଗେ ଘରକୁ ପଠାଯାଇଛି। ସେହିପରି ଜୁଲାଇ ସୁଦ୍ଧା ବ୍ରହ୍ମପୁର ବଡ ମେଡିକାଲରୁ ୧୧୦୬ ମୃତଦେହ ଘରକୁ ପଠାଯାଇଥିବା ସୂଚନା ଦିଆଯାଇଛି।