ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟକରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୨୫।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସରେ ଶୁକ୍ରବାର ୩ଟି ବିଭାଗରେ ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟକରି ଗଞ୍ଜାମ ଜ଼ିଲାପ୍ରଶାସନର ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ଉପରେ ଅଧିକ ଗୁରତ୍ୱ, ଗ୍ରାମାଞ୍ଚଳ ମଙ୍ଗଳ କାର୍ଯ୍ୟକ୍ରମର ଠିକ ଭାବେ ମନିଟରିଂ, ପଞ୍ଚାୟତିରାଜ ପ୍ରତିନିଧିଙ୍କୁ କ୍ଷମତାପର୍ଣ୍ଣ କରୁଥିବାରୁ ଏହି ସଫଳତା ମିଳିଥିବା ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟରେ ଲେଖିଛନ୍ତି । ଓଡିଶାରେ ଶ୍ରେଷ୍ଠ ବିକାଶ ପ୍ଲାନ କରିବାରେ ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ, ଓଡିଶାରେ ଶ୍ରେଷ୍ଠ ଚାଇଲ୍ଡ ଫ୍ରେଣ୍ଡ୍‌ଲି ପଞ୍ଚାୟତ ବିଭାଗରେ ବେଲଗୁଣ୍ଠା ବ୍ଲକର ବଡ଼ବରସିଙ୍ଗି ପଞ୍ଚାୟତ ଏବଂ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତକୁ ୨୦୧୮-୧୯ ବର୍ଷ ପାଇଁ ଆୱାର୍ଡ ମିଳିଛି।

Share