ଗଞ୍ଜାମ ଓକିଲ ସଂଘ ନିର୍ବାଚନ ସ୍ଥଗିତ

ବ୍ରହ୍ମପୁର ଅଫିସ,୧୬ା୪: କୋଭିଡ୍‌-୧୯ ମହାମାରୀ ଆତଙ୍କ ପ୍ରଭାବରୁ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ଗଞ୍ଜାମ ଓକିଲ ସଂଘ ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଏନେଇ ଚଳିତବର୍ଷ ଓକିଲ ସଂଘ ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଉକ୍ତ ନିର୍ବାଚନ ସ୍ଥଗିତ ପାଇଁ ଓଡ଼ିଶା ବାର୍‌ କାଉନସିଲ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି ନିର୍ବାଚନ ସ୍ଥଗିତ ରହିବ ବୋଲି ନିର୍ବାଚନ ଅଧିକାରୀ ନୟନ ମହାପାତ୍ର କହିଛନ୍ତି।

Share