ଛତ୍ରପୁର, ୧୮।୪(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲାର ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡ଼ିକାଲ ହସ୍ପିଟାଲକୁ ଟାଟା ଗ୍ରୁପର ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ-୧୯ ହସ୍ପିଟାଲରେ ପରିଣତ କରାଯାଇଛି। ଗତ ୧୦ ତାରିଖରେ ଏହାକୁ କାର୍ଯ୍ୟକ୍ଷମ କରଯାଇଥିଲା। ବ୍ରହ୍ମପୁରସ୍ଥିତ ଏମ୍କେସିଜିର ୧୬ ଜଣ ଡାକ୍ତର, ନର୍ସ ଓ ଟେକ୍ନିକାଲ ଷ୍ଟାଫ୍ ଏହି କୋଭିଡ ହସ୍ପିଟାଲରେ ରୋଗୀ ସେବା ଯୋଗାଇ ଦେବା ପାଇଁ ନିଯୁକ୍ତି ହୋଇଥିଲେ। ଉକ୍ତ ହସ୍ପିଟାଲ କ୍ୟାମ୍ପସରେ ସେମାନଙ୍କର ରହିବା ବ୍ୟବସ୍ଥା କରଯାଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଏମ୍କେସିଜିର ୧୬ ଜଣ ଡାକ୍ତରଙ୍କୁ ଉକ୍ତ ହସ୍ପିଟାଲ ଲାଗି ଚୟନ କରାଯାଇଛି। ସେମାନେ ୨୪ ତାରିଖରେ କୋଭିଡ ହସ୍ପିଟାଲ କାର୍ଯ୍ୟରେ ଯୋଗଦେବେ। ଏହି ହସ୍ପିଟାଲରେ ୨୦୦ ଶଯ୍ୟା ରହିଛି। ଏଥିସହ ୧୫ ଆଇସିୟୁ ବେଡ଼ (ଭେଣ୍ଟିଲେଟର ସହିତ)ର ସୁବିଧା କରାଯାଇଛି। ଏଠାରେ ଏକ ସ୍ବତନ୍ତ୍ର ଆଇସୋଲେଶନ ୱାର୍ଡ ମଧ୍ୟ କରାଯାଇଛି।