ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ ଚନ୍ଦ୍ର ବେହେରା ଜିଲାପରିଷଦ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଗଞ୍ଜାମ ଜିଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟ ଅମୃତା କୁଲାଙ୍ଗେ ଚିଠିକରି ଜିଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତାଙ୍କୁ ଜିଲାପରିଷଦ ସଭାପତିର ଅତିରିକ୍ତ ଦାୟିତ୍ୱ ଦେଇଥିଲେ। ଜିଲାପରିଷଦ ସଭାପତି ନିର୍ବାଚନ ହେବା ପର୍ଯ୍ୟନ୍ତ ସ୍ନେହଲତା ଏହି ଦାୟିତ୍ୱରେ ରହିବେ।

Share