ଗଞ୍ଜାମ ଜିଲାପାଳଙ୍କ କଡ଼ା ଆଭିମୁଖ୍ୟ: ଏଣିକି ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ଅତ୍ୟାବଶ୍ୟକୀୟ ସାମଗ୍ରୀ

ଛତ୍ରପୁର, ୯।୪(ଡି.ଏନ୍‌.ଏ.)- କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ମାସ୍କ ନ ପିନ୍ଧିଥିଲେ ରାସନ, ପନିପରିବା ଏପରିକି ଔଷଧ ମିଳିବନି ବୋଲି ଜିଲାପାଳ ଗୁରୁବାର କହିଛନ୍ତି। ପୂର୍ବରୁ ମାସ୍କ ନ ପିନ୍ଧିଲେ ସହରାଞ୍ଚଳରେ ୧ ହଜାର ଟଙ୍କା ଓ ଗ୍ରାମାଞ୍ଚଳରେ ୫୦୦ ଟଙ୍କା ଜରିମାନା ଆଦାୟ ପାଇଁ ସେ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାପରଠାରୁ ବିଭିନ୍ନ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଥିବା ବେଳେ ଆହୁରି କଠୋର ପଦକ୍ଷେପ ସ୍ବରୂପ ମାସ୍କ ନ ପିନ୍ଧିଲେ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁି ବୋଲି ଗୁରୁବାର ଏକ ଭିଡିଓ ଜରିଆରେ ଜ଼ିଲାପାଳ ସୂଚନା ଦେଇଛନ୍ତି।

Share