ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ: ଜିଲାରୁ କେହି ବି ଭୁବନେଶ୍ୱର ଯିବେ ନାହିଁ

ଛତ୍ରପୁର, ୧୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାକୁ ହଟସ୍ପଟ ଅଞ୍ଚଳ ଭାବେ ସରକାର ଘୋଷଣା କରିଛନ୍ତି। ଏଣୁ ଭୁବନେଶ୍ୱରରୁ ଯାଉଥିବା ଲୋକ ତଥା ଅଧିକାରୀଙ୍କ ଉପରେ ଗଞ୍ଜାମ ଜ଼ିଲାପ୍ରଶାସନ ବିଶେଷ ଭାବେ ନଜର ରଖୁଛି। ବର୍ତ୍ତମାନ ସୁଦ୍ଧା ଅନୁମତି ନ ନେଇ ଭୁବନେଶ୍ୱର ଯାଇଥିବା ୨ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, କେତେକ ଅଧିକାରୀ ଭୁବନେଶ୍ୱର ଯାଇ ଲକ୍‌ଡାଉନ ଯୋଗୁ ଫସିଯାଇଥିଲେ। ପରେ ସେମାନେ ଗଞ୍ଜାମ ଫେରିଥିଲେ। ଏ ନେଇ ସମସ୍ତ ପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ ନିକଟ ଭବିଷ୍ୟତରେ ଆଉ କେହି ଭୁବନେଶ୍ୱର ଯିବେନି ବୋଲି ଜିଲାପାଳ କହିଛନ୍ତି।

Share