Categories: ଗଞ୍ଜାମ

ଗଞ୍ଜାମ ଜିଲାରୁ ଉଠିଲା ୧୪୪ ଧାରା

ଛତ୍ରପୁର,୧୯ା୩(ଡି.ଏନ.ଏ.) କରୋନା ଭୂତାଣୁ ଭୟାବହତାକୁ ନେଇ ଦୁଇ ଦିନ ତଳେ ଗଞ୍ଜାମ ଜିଲାରେ ୧୪୪ ଧାରା ଲାଗୁ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଅନ୍ୟପକ୍ଷରେ କରୋନା ଭୂତାଣୁ ଯେଭଳି ନ ବ୍ୟାପିବ ସେଥିଲାଗି କୌଣସି ସାମାଜିକ କାର୍ଯ୍ୟକ୍ରମ କିମ୍ବା ଦୋକାନ ବଜାରରେ ୫ରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଜିଲାରେ ୧୪୪ ଧାରା ପ୍ରତ୍ୟାହାର ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ଜନସମାଗମକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ା ଏହାର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି ା ସମସ୍ତ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଚାଲିବା ସହ ପଞ୍ଚାୟତଗୁଡିକରେ ୨୫ ଟଙ୍କାରେ ମାସ୍କ ଉପଲବ୍ଧ ହେଉଛି। ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳିରେ ଲୋକେ ସଚେତନ ହୋଇ ପୀଠକୁ ଆସିନାହାନ୍ତି। ଆଗକୁ ଦଣ୍ଡଯାତ୍ରା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।