ଗଞ୍ଜାମ ଜିଲାରୁ କନ୍ଧମାଳକୁ ଅବାଧ ପ୍ରବେଶ କରୁଛନ୍ତି ମାଛ ବେପାରୀ

ରାଇକିଆ,୨୧।୭(ଡି.ଏନ୍‌.ଏ.): ଗଞ୍ଜାମରୁ କନ୍ଧମାଳ ଜିଲାକୁ ଆସିବା ପାଇଁ କଟକଣା ଜାରି କରାଯାଇଛି । ଗଞ୍ଜାମ ଜିଲାରେ କରୋନାସ୍ଥିତି ସଙ୍ଗୀନ ଥିବାରୁ ଜିଲାବାସୀଙ୍କୁ ଜରୁରୀ କାରଣ ନ ଥିଲେ କନ୍ଧମାଳକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ତଥାପି ଲୁଚି ଛୁପି ମାଛ ବେପାରୀମାନେ ଜିଲା ଭିତରକୁ ପ୍ରବେଶକରି ମାଛ ବ୍ୟବସାୟ କରୁଛନ୍ତି । ମଙ୍ଗଳବାର ରାଇକିଆ ବ୍ଲକର କରଡା, ଇନ୍ଦ୍ରଗଡ, ରଣବା ରାସ୍ତାଦେଇ କିଛି ବ୍ୟବସାୟୀ ଆସୁଥିବା ବେଳେ ଗମାଣ୍ଡି ଠାରେ କେତେଜଣ ଯୁବକ ତାଙ୍କୁ ଅଟକାଇବା ସହ ଗଞ୍ଜାମରୁ ଆସିଥିବା ଜାଣି ଫେରାଇ ଦେଇଥିଲେ। ଗଳା ବାଟଦେଇ ଯେପରି କେହି ନ ଆସିବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି ।

Share