ଗଞ୍ଜାମ ଜିଲାରେ ୩ ଦିନରେ ୧୫୫ ପଜିଟିଭ୍‌ ଚିହ୍ନଟ: ଅଛନ୍ତି ୩୧ କରୋନା ଯୋଦ୍ଧା

ଛତ୍ରପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଗମ୍ଭୀର ହେଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୧ ଜଣ କରୋନା ଯୋଦ୍ଧା ରହିଛନ୍ତି। ତେବେ ଶନିବାର ୫୭ ଜଣ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କରୋନା ଯୋଦ୍ଧା, ୨୦ ଜଣ ବାହାର ରାଜ୍ୟ ଫେରନ୍ତା ଏବଂ ୩୧ ଜଣ ଅନ୍ୟ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ କହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରେ ୮୫୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୬୪୧ ଜଣ ସୁସ୍ଥ ହୋଇଛନ୍ତି। ୨୦୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବୋଳ ୬ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଆଦି ନିୟମ ମାନିବାକୁ ଜନସାଧାରଣଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି।

Share