ଗଞ୍ଜାମ ଜିଲାର ୧୧୬୭ କ୍ୱାରାଣ୍ଟାଇନ ସେଣ୍ଟର ଉପରେ ନଜର ରଖୁଛି ୫୮ ପୋଲିସ ମୋବାଇଲ ଟିମ୍‌ , ରହିଛନ୍ତି ୫୫୦୨୫ ପ୍ରବାସୀ

ଛତ୍ରପୁର, ୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୧୧୬୭ଟି କ୍ୱାରାଣ୍ଟାଇନ ସେଣ୍ଟର ରହିଛି। ଉକ୍ତ ସେଣ୍ଟରଗୁଡିକର ବାହାରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଏଥିସହ ୫୮ଟି ପୋଲିସ ମୋବାଇଲ ଟିମ୍‌ ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟର ଉପରେ ନଜର ରଖିବା ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଏ ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳରେ ସ୍ଥାନୀୟ ପୋଲିସ ନିୟମିତ ପାଟ୍ରୋଲିଂ କରିବା ସହ ପ୍ରବାସୀଞ୍‌ଙ୍କ ଯତ୍ନ ନେଉଛି। ଏହି କ୍ୱାରାଣ୍ଟାଇନ ସେଣ୍ଟରଗୁଡିକରେ ୫୫ ହଜାର ୨୫ ଜଣ ପ୍ରବାସୀ ରହୁଛନ୍ତି କୋଭିଡ-୧୯ ଓ କ୍ୱାରାଣ୍ଟାଇନ ସେଣ୍ଟର ଉପରେ ଥିବା ସରକାରୀ ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରାଯାଉଥିବା ଏସ୍‌ପି କହିଛନ୍ତି ।