ଗଞ୍ଜାମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ଡ୍ୟାନ୍ସିଂ ପ୍ରତିଯୋଗିତା, ୨୫ରୁ ଆରମ୍ଭ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ନେଇ ଲକ୍‌ଡାଉନ ସମୟରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଙ୍ଗ ପ୍ରତିଯୋଗିତା ଏବଂ ଫଟୋସପ୍‌ ଶିକ୍ଷା ଆଦି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏବେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ସୋଲୋ ଡ୍ୟାନ୍ସିଂ ସୁପରଷ୍ଟାର ପ୍ରତିଯୋଗୀତା ଆୟୋଜନ କରିବା ନେଇ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସୂଚନା ଦେଇଛନ୍ତି। ଲକ୍‌ଡାଉନ ସମୟରେ ବୋର୍‌ ନ ହେବା ପାଇଁ ଏହି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ସେଲିବ୍ରେଶନ ଲାଇଭ ସହ ମିଶି ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ଆଗାମୀ ୨୫ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ୧୬ରୁ ୬୧ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିପାରିବେ। ଏଥିରେ କୃତିଙ୍କୁ ଆର୍ଥିକ ପୁରସ୍କାର ମିଳିବ। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ପ୍ରତିଷ୍ଠାତା କ୍ରିଷ୍ଣା ମୋହନ ରେ ଓ ଓଲିଉଡ୍‌ କୋରିଓଗ୍ରାଫର ବିଦୁ ଏହି ପ୍ରତିଯୋଗିତାର ଜୁରୀ ମେମ୍ବର ସାଜିଛନ୍ତି।