ଗଞ୍ଜାମ ଜିଲା ଲକ୍‌ଡାଉନ୍‌: ବିଦେଶ ଫେରନ୍ତା ପଞ୍ଜିକରଣ ନ କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର, ୨୨।୩(ଡି.ଏନ୍‌.ଏ.)- ମୁଖମନ୍ତ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରବିବାରଠାରୁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏଥିସହ ଜନତା କର୍ଫ୍ୟୁ ମଧ୍ୟକୁ ଲୋକେ ମାନି ଘରୁ ବାହାରୁ ନ ଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହାର ପ୍ରଭାବରେ ଜାତୀୟ ରାଜପଥ ଖାଲି ପଡିଛି। କୌଣସି ଗାଡି ଚଳାଚଳ କରୁନାହିଁ। ପ୍ରତି ମୁଖ୍ୟ ଛକ ମାନଙ୍କରେ ପୋଲିସ ଫୋର୍ସ ମୁତୟନ ଥିବା ଦେଖିବାକୁ ମିଳିଛି। ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ବଳବତ୍ତରଥିବାରୁ ସୋମବାର କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ଖୋଲା ରହିବ। ଆବଶ୍ୟକ ହେଲେ ହିଁ ଘରୁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି। ବିଦେଶ ଫେରନ୍ତାମାନେ ୧୦୪ ନଂ. କୁ ଫୋନ୍‌ କରି ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।
..

Share