ଛତ୍ରପୁର,୪।୬(ଡି.ଏନ୍.ଏ.): ଲକଡାଉନ୍ର ନୂଆ ନିୟମକୁ କଡ଼ାକଡ଼ି ପାଳନ ନେଇ ଗଞ୍ଜାମ ପୋଲିସର ଏନ୍ଫୋର୍ସମେଣ୍ଟ ଜାରିରହିଛି। କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ, ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନ ଥିଲେ ଜରିମାନା ଆଦାୟ ସହ ଥାନାରେ ମାମଲା ରୁଜୁ, ଗାଡ଼ି ଜବତ ଏବଂ ସେମାନଙ୍କୁ ଗିରଫ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମାସ୍କ ନ ପିନ୍ଧି ଥିବା ଲୋକଙ୍କୁ ବିଭିନ୍ନ ଥାନା ପକ୍ଷରୁ ଧରାଯାଇ ସେମାନଙ୍କଠାରୁ ୪୧ହଜାର ୬୦୦ ଟଙ୍କା ଜରିମାନା ଆଦାୟ କରାଯାଛି। ଗୁରୁବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଟୁଇଟ କରି ଏହି ସୂଚନା ଦେଇଛନ୍ତି। କୌଣସି ସୂଚନା ଦେବା କିମ୍ବା ସୂଚନା ପାଇବା ପାଇଁ ୦୬୮୧୧-୨୬୩୩୬୦ କିମ୍ବା ୧୦୦ ନମ୍ବରରେ ଫୋନ କରିବାକୁ କୁହାଯାଇଛି।