ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ମାନସିକ ଚାପଗ୍ରସ୍ତଙ୍କୁ ଫୋନ୍‌ରେ କାଉନ୍‌ସେଲିଂ କରୁଛନ୍ତି ୧୫ ମନସ୍ତତ୍ୱବିତ୍‌

ଛତ୍ରପୁର,୨୫।୪(ଡି.ଏନ୍‌.ଏ.): କରୋନା ନେଇ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରିରହିଛି। ଏହିକ୍ରମରେ ଗଞ୍ଜାମ ଜ଼ିଲାରେ ଲକ୍‌ଡାଉନ ଯୋଗୁ ଅନେକଙ୍କୁ କରୋନା ଚିନ୍ତା ଘାରିଥିବା ବେଳେ ଆଉ କେତେକ ମାନସିକ ଚାପ ବା ଉଦାସରେ ରହୁଛନ୍ତି। ତେଣୁ ମାନସିକ ଚାପରେ ରହୁଥିବା ବ୍ୟକ୍ତିଙ୍କର କାଉନ୍‌ସେଲିଂ କରିବା ପାଇଁ ଗଞ୍ଜାମ ଡିଆର୍‌ଡିଏ କାର୍ଯ୍ୟାଳୟ ପକ୍ଷରୁ ୧୫ ଜଣ ମନସ୍ତତ୍ୱବିତ୍‌ଙ୍କ ବ୍ୟବସ୍ଥା କରାଯାଇଛି। ଫୋନ୍‌କରି ଏମାନଙ୍କଠାରୁ ଲୋକେ କାଉନ୍‌ସେଲିଂ ପାଉଛନ୍ତି। ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗଳା, ସମ୍ବଲପୁରୀ, ତେଲୁଗୁ, ମାଲାୟାଲମ ଭାଷାରେ ଲୋକଙ୍କୁ କାଉନ୍‌ସେଲିଂ କରାଯାଇଥିବା ସୂଚନା ଦିଆଯାଇଛି।

Share