ଗଞ୍ଜାମ ପ୍ରଶାସନର ଅଭିନବ ପଦକ୍ଷେପ: ‘କରୋନା ଯୋଦ୍ଧା ଆମର ହିରୋ’ ପେଣ୍ଟିଂ ପ୍ରତିଯୋଗିତା, ଭାଗନେଇ ଜିତିପାରିବେ ଆର୍ଥିକ ପୁରସ୍କାର

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମରେ ଲକ୍‌ ଡାଉନ୍‌ ଓ ଆଂଶିକ ସଟ୍‌ ଡାଉନ୍‌ ଜାରି ରହିଛି। ଏହାକୁ ନେଇ ସମସ୍ତ ଜିଲାବାସୀ ଘରେ ରହୁଛନ୍ତି। ଏହି ସମୟର ଉଚିତ ବ୍ୟବହାର ପାଇଁ ତଥା ଛାତ୍ରୀଛାତ୍ରଙ୍କୁ ସମୟର ଉପଯୋଗ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଡ୍ରଇଂ, ସ୍ଲୋଗାନ ଆଦି ପ୍ରତିଯୋଗିତା ଆଦି କରାଯାଉଛି। ଶନିବାରଠାରୁ ଆଉ ଏକ ଅଭିନବ ପ୍ରଦକ୍ଷେପ ସ୍ବରୂପ ଏକ୍ସ ଜେନ ସଂସ୍ଥା ସହ ମିଶି ଜ଼ିଲା ପ୍ରଶାସନ ପକ୍ଷରୁ ରାଜ୍ୟସ୍ତରୀୟ ପେଣ୍ଟିଂ ପ୍ରତିଯୋଗିତା ଆରମ୍ଭ କରାଯାଇଛି। କଳାକାର ଓ ଫାଇନ ଆର୍ଟର ଛାତ୍ରୀଛାତ୍ରମାନେ ଏଥିରେ ଭାଗ ନେଇ ନିଜର ଚିତ୍ରକୁ ଅନଲାଇନ୍‌ରେ ୨୮ ତାରିଖ ସୁଦ୍ଧା ଅପଲୋଡ୍‌ କରିପାରିବେ। ‘କରୋନା ଯୋଦ୍ଧା ଆମର ହିରୋ’କୁ ନେଇ ୧୩ଟି ବିଷୟରେ ଏହି ପେଣ୍ଟିଂ କରିବାକୁ କୁହାଯାଇଛି । କୃତି ଛାତ୍ରୀଛାତ୍ରଙ୍କୁ ଆର୍ଥିକ ପୁରସ୍କାର ସହ ପ୍ରମାଣପତ୍ର ଦିଆଯିବ ବୋଲି ସୂଚନା ମିଳିଛି।

Share