ଗଞ୍ଜାମ ବସ୍‌ ଦୁର୍ଘଟଣା ଏସ୍‌ସିବିରେ ଆହତଙ୍କୁ ଭେଟିଲେ ଭାଜପା ରାଜ୍ୟ ସଭାପତି

କଟକ ଅଫିସ,୧୧ା୨: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅଧୀନ ମେଣ୍ଢରାଜପୁର ଛକରେ ରବିବାର ଅପରାହ୍ନରେ ସିଲ୍‌କ ସିଟି ନାମକ ଏକ ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଅନେକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସୋମବାର ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଏସ୍‌ସିବି ମେଡିକାଲରେ ଆହତଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ସେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ବେଳେ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, କଟକ ଜିଲା ସଭାପତି ପ୍ରକାଶ ବେହେରା, ମାହାଙ୍ଗା ଭାଜପା ନେତା ବିଭୁପ୍ରସାଦ ତରାଇ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share