Categories: ଗଞ୍ଜାମ

ଗଞ୍ଜାମ ସହରରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ଗଞ୍ଜାମ,୩୦ା୫(ଡି.ଏନ.ଏ.)-ଗଞ୍ଜାମ ସହରରେ ଶନିବାର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଜବରଦଖଲ ସ୍ଥାନକୁ ଜେସିବି ମେଶିନ ଦ୍ୱାରା ଭଙ୍ଗାଯାଇଛି। ତେବେ ଏନ୍‌ଏସି ପକ୍ଷରୁ ଉଠା ଦୋକାନୀଙ୍କୁ ଭେଣ୍ଡିଂ ଜୋନ ଯୋଗାଇବାରେ ବିଫଳ ହୋଇଥିବା ଜଣାପଡିଛି। ଏ ନେଇ ସାମାଜିକ କର୍ମୀ ସୁଧୀର କୁମାର ପାଢ଼ୀ କହିଛନ୍ତି, ଭେଣ୍ଡିଂ ଜୋନ ପାଇଁ ବହୁବାର ଦାବି ହୋଇଆସୁଛି। ଖୁବଶୀଘ୍ର ଏହାର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନ କରାଯିବ।