ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ

ଗଞ୍ଜାମ,୬।୬(ଡି.ଏନ୍‌.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ ହେବ ସାରା ବିଶ୍ୱ ଏଥିରେ ଘାଣ୍ଟି ହୋଇଗଲାଣି। ବିଶେଷ କରି ଗଞ୍ଜାମ ଜିଲାରେ ଏହାର ପ୍ରଭାବ ଅଧିକ ରହିଛି। ପ୍ରବାସୀମାନେ ଫେରିବା ପରେ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି l ଏଥିପାଇଁ ସରକାର ସପ୍ତାହରେ ୨ଦିନ ଶନି ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏହି ଶଟ୍‌ଡାଉନ୍‌ର ପ୍ରଭାବ ଗଞ୍ଜାମ ସହରରେ ପଡିଥିବା ଜଣାପଡିଛି। ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତାଘାଟ ପୁରା ଶୂନଶାନ ରହିଥିବା ଦେଖିବାକୁ ମିଳିଛି।

Share