ଗଞ୍ଜେଇ ଗଛ ପୋଡିଲା ପ୍ରଶାସନ

କ.ନୂଆଗାଁ, ୨ା୧୨(ଡି.ଏନ୍‌.ଏ.)-କ.ନୂଆଗାଁ ଥାନା ଅଞ୍ଚଳର ସିର୍ତ୍ତିଗୁଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଚାଷ ହୋଇଥିବା ପ୍ରାୟ ୧୫୦ ଏକରର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୫କୋଟି ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି। ସେହିପରି ଶନିବାର ସାଇନପଡା ପଞ୍ଚାୟତ ଜାଉଙ୍ଗିଆ ଓ ବିକାଙ୍ଗିଆର ୨୨୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡିଥିଲେ। ଯାହାର ମୂଲ୍ୟ ୨୨କୋଟି ହେବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଥିବାବେଳେ ଅବକାରୀ ଅଧିକାରୀ ମାଧବ କୌଶଲ୍ୟା, କ.ନୂଆଗାଁ ସବ୍‌ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ସମେତ ଥାନା ଓ ଅବକାରୀ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ। କ.ନୂଆଗାଁ ତହସିଲଦାର ଶଶାଙ୍କ ଶେଖର ଦାସ ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଥିଲେ।

Share