ଗଞ୍ଜେଇ ଜବତ, ମହିଳାଙ୍କ ସମେତ ୨ ଗିରଫ

ବାରିପଦା ଅଫିସ,୩ା୧୨- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ସହରର ୱାର୍ଡ ନଂ. ୧୪ ତୁଳସୀଚଉରାର ବସ୍ତି ଅଞ୍ଚଳରେ ରବିବାର ରାତିରେ ଚଢ଼ଉ କରି ୨.୯ କିଗ୍ରାର ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅମିଯୁକ୍ତ ହେଲେ ଗୋଲକ ବିହାରୀ ପଣ୍ଡା (୫୨) ଓ ସୀତା ରଣା (୬୦)। ଉଭୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା (ନଂ.୩୭୫/୧୯) ରୁଜୁ କରାଯାଇଛି। ସେମାନଙ୍କ ନିକଟରୁ ଗଞ୍ଜେଇ ସହିତ ୪୫୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ଏବଂ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।