Advertisement

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଫୁଲବାଣୀ ସହର ପାଖ ସରୁପଡାର ବାବୁଲା କହଁର, ଗୁଦାରୀ ପଞ୍ଚାୟତ ଗଉଡପଡାର ରଞ୍ଜନ କହଁର। ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ନିକଟରେ ଖବର ପହଞ୍ଚତ୍ଥିଲା। ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ଟିମ୍‌ ପୁକେରିମା ସାହିଠାରେ ଯାଞ୍ଚ ଆରମ୍ଭ କରିଥିଲା। ଏକ ବୋଲେରୋ(ଓଡି୦୫ପି-୬୩୭୯)କୁ ଅଟକାଇ ଯାଞ୍ଚବେଳେ ସେଥିରୁ ବ୍ୟାପକ ପରିମାଣର ଗଞ୍ଜେଇ ମିଳିଥିଲା। ନଂ.୬୭/୧୯ରେ ମାମଲା ରୁଜୁ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share