ଗଞ୍ଜେଇ ଜବତ, ୩ ମହିଳା ଗିରଫ

ଫୁଲବାଣୀ ଅଫିସ, ୮ା୧୨: ଏକ ଘରୋଇ ବସ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଖଜୁରିପଡା ପୋଲିସ ଚଢ଼ାଉ କରି ୩୨ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁନିତା ପ୍ରଧାନ(୩୫), ସକୁନ୍ତଳା ବେହେରା(୫୦) ଓ ଦ୍ରୌପଦି କହଁର(୫୨)। ବସ୍‌ଟି ଫୁଲବାଣୀରୁ ଭୁବନେଶ୍ୱର ଯାଉଥିଲା। ଏ ନେଇ ନଂ.୧୧୧/୧୯ରେ ମାମଲା ରୁଜୁ ହୋଇଛି ା

Share