ଗଞ୍ଜେଇ ଜବତ: ୬ ଗିରଫ, ୩ ଫେରାର

ଜୟପୁର, ୨୫।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଉପଖଣ୍ଡ ପୋଲିସ, ଜୟପୁର ଟାଉନ, ସଦର ଏବଂ ବୈପାରିଗୁଡ଼ା ଥାନା ପକ୍ଷରୁ ଶନିବାର ପୃଥକ ପୃଥକ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଫେରାର ହୋଇଯାଇଛନ୍ତି। ଗୋଟିଏ ଟ୍ରକ, ୨ କାର ଜବତ ହୋଇଛି।