ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ: ଡ୍ରାଇଭର ସମେତ ୨ ଫେରାର

ବଲାଙ୍ଗୀର ଅଫିସ,୨୩।୨: ବଲାଙ୍ଗୀର ସହର ଆଟଗାଁ ରାସ୍ତାର ମଦନଗୁଡିଆ ବଗିଚା ନିକଟରେ ରବିବାର ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ପୋଲିସ ଜବତ କରିଛି। ଭୋରୁ ପୋଲିସ ପାଟ୍ରୋଲିଂ ଟିମ୍‌କୁ ଦେଖି ଡ୍ରାଇଭର ଓ ଅନ୍ୟ ଜଣେ ସହଯୋଗୀ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ। ପୋଲିସ ଉକ୍ତ ଗାଡ଼ିକୁ ଜବତ କରିଛି। ସେଥିରୁ ୭ ବସ୍ତା ଗଞ୍ଜେଇ ବାହାରି ଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଛି।