Categories: ଜାତୀୟ

ଗଡସେଙ୍କୁ ଆତଙ୍କବାଦୀ କହି କିଛି ଭୁଲ କରିନି, ଗିରଫକୁ ଭୟ ନାହିଁ: କମଲ ହାସନ

ଚେନ୍ନାଇ, ୧୭।୫: ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକରୀଙ୍କୁ ଆତଙ୍କବାଦୀ କହି ବିବାଦ ଘେରକୁ ଆସିଥିବା ଅଭିନେତା କମଲ ହାସନ ଏନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି ମୁଁ ଗଡସେଙ୍କୁ ଆତଙ୍କବାଦୀ କହି କିଛି ଭୁଲ କରିନି। ଏନେଇ ଯଦି ମୋତେ ଗିରଫ କରାଯାଏ, ତେବେ ମୁଁ ଏଥିରେ ଭୟ କରିବିନି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗଡସେଙ୍କୁ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିଥିଲେ ଅଭିନେତାରୁ ରାଜନେତା ପାଲଟି ଥିବା କମଲ ହାସନ। ଏହି ମନ୍ତବ୍ୟ ପରେ ଗଡସେଙ୍କୁ ବିଭିନ୍ନ ଆଡୁ ସମାଲୋଚନାର ଶକିାର ହେବାକୁ ପଡିଥିଲା। ଏକ ରାଲିରେ ତାଙ୍କୁ ପଥର ମାଡ ବି ହୋଇଥିଲା।

Share