Categories: ଜାତୀୟ

ଗଡ଼କରୀଙ୍କ ନୂଆ ନିୟମକୁ ବିରୋଧ: ଦିଲ୍ଲୀରେ ଅଖ-ଚକ ଜାମ୍‌

ନୂଆଦିଲ୍ଲୀ,୧୯।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ନୂଆ ଜରିମାନା ନିୟମକୁ ବିରୋଧ କରି ଦିଲ୍ଲୀରେ ଗୁରୁବାର ଅଖ-ଚକ ଜାମ୍‌ ଡାକରା ଦିଆଯାଇଛି। ମିଳିତ ପରିବହନ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାରୁ ପରିବହନ ସେବା ଠପ୍‌ ହୋଇ ଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି। ସକାଳୁ ଅଫିସ ବାହାରିଥିବା ଲୋକେ ଅଟୋ କିମ୍ବା ଟ୍ୟାକ୍ସି ନ ପାଇ ହଇରାଣ ହୋଇଥିବା ଜଣାପଡ଼ିଛି। ସେହିପରି ବହୁ ଯାତ୍ରୀ ବସଷ୍ଟାଣ୍ଡ୍‌ ଏବଂ ରେଳ ଷ୍ଟେଶନରେ ଅଟକି ରହିଛନ୍ତି।

Share