ଗଡ଼ିଲା ନନ୍ଦିଘୋଷ, ଗହଳି ଲଗାଇ ଆସୁଛନ୍ତି ‘ସାଆନ୍ତେ’

ପୁରୀ ଅଫିସ,୪।୭: ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’, ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଗଡ଼ିବା ପରେ ଗଡ଼ିଛି କାଳିଆ ସାଆନ୍ତଙ୍କ ‘ନନ୍ଦିଘୋଷ। ଘଣ୍ଟ, କାହାଳୀ, ମୃର୍ଦ୍ଦଳର ତାଳେତାଳେ ଭକ୍ତଙ୍କ ଗହଳରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ। ଦୂରରୁ ଦେଖିଲେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିବା ପରି ମନେ ହେଉଛି।

ତେବେ ପ୍ରଥମେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିବା ପରେ ଶେଷ ହୋଇଥିଲା ମଦନମୋହନ ବିଜେ ନୀତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା କରିବା ପରେ ପ୍ରଭୁ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଥିଲେ। ଏହା ପରେ ରଥରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ପରେ ଆରମ୍ଭ ହୋଇଛି ରଥ ଟଣା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨ଟା ୧୫ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଛି।

Share