Categories: ଜାତୀୟ

ଗଡ଼ ବିଜୟ ପାଇଁ ଭାଜପାର ନୂଆ ରଣନୀତି: ଛୋଟ ସଭାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୩।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର୍‌ସୋର୍‌ ଆରମ୍ଭ ହୋଇଛି। ଭାଜପା ଚଳିତ ଥର ଗଡ଼ ବିଜୟ ଲକ୍ଷ୍ୟ ନେଇ କେତେକ ନୂଆ ରଣନୀତି ଆପଣେଇଛି। ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାର ସମୟରେ ବଡ଼ ବଡ଼ ସଭା ଅପେକ୍ଷା ଛୋଟ ଛୋଟ ସଭା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତିଦିନ ଏଭଳି ୨୫୦ ପର୍ଯ୍ୟନ୍ତ ସଭା କରିବାକୁ ଯୋଜନା କରାଯାଇଛି। ଏଭଳି ସଭାରେ ଲୋକସଂଖ୍ୟା ୨ ଶହ ମଧ୍ୟରେ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି। ମୋଟ ୫ ହଜାର ନିର୍ବାଚନୀ ସଭା କରିବା ଲକ୍ଷ୍ୟ ନେଇ ଭାଜପା ପ୍ରଚାର କାର୍ଯ୍ୟ ଜାରି ରଖିଥିବା କୁହାଯାଉଛି।

Share