ସମଗ୍ର ବିଶ୍ୱରେ କରୋନା ମହାମରୀର ପ୍ରକୋପ ବିସ୍ତାର କରିଚାଲିଥିବା ବେଳେ ବଡଦାଣ୍ଡରେ ଅନେକ କଟକଣା ଭିତରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ସରକାରଙ୍କ ସମସ୍ତ ନିୟମ ମାନି ସେବାୟତମାନେ ଘରକୁ ନଯାଇ ଦିନରାତି ଏକ କରି ରଥନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଲାଗିପଡିଛନ୍ତି । ତେବେ ଚଳଚଞ୍ଚଳ ବଡଦାଣ୍ଡରେ କିପରି ଚାଲିଛି ତିନି ଦିଅଁଙ୍କର ରଥ ନିର୍ମାଣ କାର୍ଯ୍ୟ ଏ ନେଇ ଧରିତ୍ରୀ ଲାଇଭର ସ୍ୱତନ୍ତ୍ର ରିପୋର୍ଟ ।