Categories: ଜାତୀୟ

ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚିଛି ଆଇଏସ୍‌ଆଇ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୯।୧: ଆଗକୁ ଗଣତନ୍ତ୍ର ଦିବସ। ଏହା ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଅଲ-ବଦ୍ର ଆତଙ୍କବାଦୀ ସଂଗଠନ ସହାୟତାରେ ଏଭଳି ଆକ୍ରମଣ କରିବା ଲାଗି ଆଇଏସ୍‌ଆଇ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। କିଛି ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍‌ସିଆର୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଗିରଫ ହୋଇଥିବା କିଛି ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀଙ୍କୁ ପଚରାଉଚରା ସମୟରେ ଜଣାପଡ଼ିଥିଲା ଯେ, ଦିଲ୍ଲୀ ସମେତ ପଶ୍ଚିମ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବଡ଼ଧରଣର ଆକ୍ରମଣ ଲାଗି ଷଡ଼ଯନ୍ତ୍ର ହୋଇଥିଲା।  ଦେଶର ଲୋକପ୍ରିୟ ହିନ୍ଦୁ ନେତା, ପୋଲିସ ଅଫିସର ଏବଂ କେତେକ ସରକାରୀ ଅଧିକାରୀଙ୍କୁ ହତ୍ୟା କରିବା ପାଇଁ ସେମାନଙ୍କୁ ସୁପାରୀ ମିଳିଥିବା ନେଇ ଆତଙ୍କବାଦୀମାନେ ସୂଚନା ଦେଇଥିଲେ।

Share