ଗଣପର୍ବ ମକର ପାଇଁ ଗାଁଠୁ ସହର ଚଳଚଞ୍ଚଳ

ଗଣପର୍ବ ମକର ପାଇଁ ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଜିଲା ଓ ରାଜ୍ୟ ବାହାରେ କର୍ମକ୍ଷେତ୍ରରେ ରହୁଥିବା ଲୋକେ ଘରକୁ ଫେରିବାରେ ଲାଗିଛନ୍ତି। ଘର ଲିପାପୋଛା ହେବା ସାଙ୍ଗକୁ ନୂଆ ରଙ୍ଗ କରାଯାଇଛି। ସମସ୍ତେ ମିଳିମିଶି ନୂଆଲୁଗା ପରିଧାନ କରି ମକର ଚାଉଳ ଖାଇବା ସହ ଘରେ ଘରେ ଏହି ପର୍ବ ପାଇଁ ପିଠା ପଣା ସହ ନାନା ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ମକର ସଂକ୍ରାନ୍ତିଠାରୁ ୩ଦିନ ବ୍ୟାପୀ ଲୋକେ ମଉଜ ମଜଲିସ୍‌ କରନ୍ତି। ମହାନ୍ତ ସମ୍ପ୍ରଦାୟର ଯୁବତୀ ଓ ମହିଳାମାନେ ମକରରେ ଟୁସୁ ଗୀତ ଗାଇ ଗାଁ ନିକଟ ନଦୀନାଳରେ ବୁଡ଼ ପକାଇ ‘ଟୁସୁ ମୁନୀ’ଙ୍କୁ ବିସର୍ଜନ କରିଥାନ୍ତି। କୁମାରୀମାନଙ୍କ ସତୀତ୍ୱର ପ୍ରତୀକ ଏହି ପର୍ବକୁ କୁଡୁମୀ ସମ୍ପ୍ରଦାୟର ଝିଅମାନେ ଅତି ନିଷ୍ଠାରେ ପାଳନ କରିବା ସହ ବ୍ରତ ଉପବାସ ରଖିଥାନ୍ତି। ଏବେ କେତେକ ସ୍ଥାନରେ ୩ ଦିନଧରି ଟୁସୁ, ଟୁସୁ ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। କୁଡୁମୀ ସମ୍ପ୍ରଦାୟର ଲୋକମାନେ ମକର ପର୍ବର ତୃତୀୟ ଦିନ କୃଷିକାର୍ଯ୍ୟର ଶୁଭାରମ୍ଭ ସ୍ବରୂପ ହଳସୂତ୍ର କରିଥାନ୍ତି। ଏହି ସମ୍ପ୍ରଦାୟର ଘରେ ଘରେ ଛାଙ୍କଲ ପିଠା ଓ ଉନ୍ଧି ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ଦିନଟି ସଂକ୍ରାନ୍ତି ହୋଇଥିଲେ ହେଁ ଜିଲାରେ ଘରେ ଘରେ ମାଛ, ଖାସି ଓ କୁକୁଡ଼ା ମାଂସ ତରକାରି ହୋଇଥାଏ। ଆଦିବାସୀମାନଙ୍କ ପାଇଁ ମଧ୍ୟ ଏହା ଏକ ଅବସର ବିନୋଦନର ପର୍ବ। ଧାନ ଅମଳ ପରେ ପଡୁଥିବା ଏହି ପର୍ବ କୃଷକଙ୍କ ଆମୋଦ ପ୍ରମୋଦ ପାଇଁ ଉଦ୍ଦିଷ୍ଟ। କେନ୍ଦୁଝର ଜିଲାର ଭୀମକୁଣ୍ଡ, ବାରାହଟିପୁରା, କେଶରୀକୁଣ୍ଡ, ଧାନବେଣୀ, କାଶିଆ, ବକ୍ସି ବାରିଗାଁ, ମିରିଗି ଖୋଜିର ଅଶନବାହାଳି,ଗୋଜାପଥର ଓ ଡିଆ ନାଳିରେ ମକର ପାଇଁ ଯାତ୍ରା ଓ ଟୁସୁ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସ୍ଥାନୀୟ ପରିବେଶ ଉତ୍ସବ ମୁଖର ହୋଇଥାଏ।
-ବୀର କିଶୋର ଦାଶ, ପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ମାଣ୍ଡିଆ ବିକନ୍ତୁ ଚାଷୀ

କର୍ଲାମୁଣ୍ଡା୬।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଓଡ଼ିଶା ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ସଚେତନ କାର୍ଯ୍ୟକ୍ରମ...

ଓଡ଼ିଶାକୁ ଫେରିଲା ବାର୍ଡ ଫ୍ଲୁ! ମଲେଣି ବହୁ ସଂଖ୍ୟାରେ କୁକୁଡ଼ା

ନୂଆଦିଲ୍ଲୀ,୬।୧: କିଛିଦିନର ବ୍ୟବଧାନ ପରେ ପୁଣି ଓଡିଶାକୁ ଫେରିଛି ବାର୍ଡ ଫ୍ଲୁ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ କୁକୁଡ଼ା ଫର୍ମରେ ଶତାଧିକ ସଂଖ୍ୟାରେ କୁକୁଡ଼ା...

ଭାଜପା ମଣ୍ଡଳ ସଭାପତି ହେଲେ ମିଟୁ ସାହୁ, କହିଲେ ସମସ୍ତଙ୍କୁ ନେଇ ଦଳ ପାଇଁ…

ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲାର ବିଭିନ୍ନ ମଣ୍ଡଳ ପାଇଁ ସଭାପତି ଚୟନ ହୋଇଯାଇଛି। ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏହି ନାମ ତାଲିକା...

‘ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ ତାଲିମ ପ୍ରଶିକ୍ଷଣ ଜରୁରୀ’

ପୁରୁଷୋତ୍ତମପୁର,୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜରେ ଆତ୍ମସୁରକ୍ଷା ଶିବିର ଅଧ୍ୟାପିକା ଶ୍ରାବଣୀ ଖଟେଇଙ୍କ ସଂଯୋଜନାରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କଲେଜର ଅଧ୍ୟକ୍ଷ...

ଯୁବକଙ୍କୁ ଚାପିଦେଲା ଧାନ ବୋଝେଇ ଟ୍ରକ୍‌, ମୃତଦେହ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

ପାଇକମାଳ,୬ା୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳରୁ ୮କିଲୋମିଟର ଦୂର ଚୂହାପାଲିଠାରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଗୋଟିଏ ଧାନବସ୍ତା ଲୋଡିଂ ଟ୍ରକ୍‌ ବ୍ରିଜ୍‌ ଅତିକ୍ରମ...

ସଡ଼କ ସୁରକ୍ଷା ସଚେତନତା: ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ସଭାଗୃହଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ...

ଘନକୁହୁଡ଼ି ସହ ବାଲିଗୁଡ଼ାକୁ ପୁଣି ଫେରିଛି ଶୀତ, ଯାନବାହନ ଚଳାଚଳରେ ବାଧା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରି। ଲଘୁଚାପ ବର୍ଷା ପରେ...

ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଅନୁଗୋଳ,୬ା୧: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri