ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ବଲିଉଡ ଅଭିନେତା କହିଲେ, ‘ଜୟ ହୋ’

ମୁମ୍ବାଇ, ୬।୧୨:ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ହାଇଦ୍ରାବାଦ୍‌ ପୋଲିସକୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ବଲିଉଡ୍‌ ସେଲିବ୍ରିଟି। ଅଭିନେତା ଅନୁପମ ଖେର, ଋଷି କପୁର, ଦକ୍ଷିଣ ଭାରତୀୟ ଅଭିନେତା ଜୁନିୟର ଏନଟିଆର, ଆଲ୍ଲା ଅର୍ଜୁନ ଏବଂ ଅଭିନେତ୍ରୀ ରକୁଲ ପ୍ରୀତ୍‌ ପ୍ରମୁଖ ସୋସିଆଲ ମିଡିଆରେ ଏହି ଘଟଣାରେ ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି। ଅନୁପମ ଖେର କହିଛନ୍ତି, ତେଲେଙ୍ଗାନା ପୋଲିସ ଜୟ ହୋ। ଏବେ ଯେଉଁମାନେ ଡାକ୍ତରାଣୀଙ୍କ ନ୍ୟାୟ ପାଇଁ ଆଓ୍ବାଜ୍‌ ଉଠାଇଥିଲେ ସେମାନେ ସମସ୍ତେ ଏକ ସଙ୍ଗରେ କୁହନ୍ତୁ ଜୟ ହୋ ବୋଲି ଅନୁପମ କହିଛନ୍ତି।

Share