Categories: ଜାତୀୟ

ଗଣଭୋଟ ପାଇଁ ମମତାଙ୍କ ଆହ୍ବାନ

କୋଲକାତା, ୨୦।୧୨:ନୂଆ ନାଗରିକତ୍ୱ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଜାତିସଂଘ ତତ୍ତ୍ୱାବଧାନରେ ଏହା ଉପରେ ଗଣଭୋଟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାସକ ଦଳ ଭାଜପାକୁ ଆହ୍ବାନ ଦେଇଛନ୍ତି। କୋଲକାତାରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ନେତ୍ରୀ କହିଛନ୍ତି, ଯଦି ଭାଜପାର ସତ୍‌ସାହସ ଥାଏ, ତେବେ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଏନ୍‌ଆର୍‌ସି ଉପରେ ଜାତିସଂଘ ତତ୍ତ୍ୱାବଧାନରେ ଗଣଭୋଟ ପାଇଁ ଆଗେଇ ଆସୁ। ଯଦି ଏଥିରେ ଭାଜପା ହାରିଯାଏ ତେବେ ସରକାରରୁ ଓହରିଯିବାକୁ ମମତା ଆହ୍ବାନ ଦେଇଛନ୍ତି। ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ପଶ୍ଚିମବଙ୍ଗରେ ଟିଏମ୍‌ସି ଜୋର୍‌ଦାର ଆନ୍ଦୋଳନ ଚଳାଇଛି।

Share