ଗଣମାଧ୍ୟମ ଜରିଆରେ ସାହାଯ୍‌ ଲାଗି ଗୁହାରି କଲେ: ଦିବ୍ୟାଙ୍ଗ ଝି’ପୁଓର ଚିନ୍‌ତାରେ ଗରିବ୍‌ ମା’ବାପ୍‌

ଖପ୍ରାଖୋଲ,୨୮।୮ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଁଚେତ୍‌ ବାଗଝରନ ଗଁାର ଜୟନ୍ତ ବରିହା। ପରିବାର କହେଲେ ମାଏକିନା ବିମଳା, ପୁଓ ନରେନ୍ଦ୍ର(୪) ଆର ଝି’ ଅମ୍ବିକା(୨)। ପୁଓ ଜନମ୍‌ ହେଲା ଉତାରୁ ପରିବାରରେ ଖୁସିର ମାହୋଲ ଥିଲା। ହେଲେ ପୁଓର ବଏସ୍‌ ବଢ଼ବାର ସଂଗେ ତାର ଶାରୀରିକ, ମାନସିକ ବିକାଶ ନାଇଁ ହେଲା। ଏନ୍‌ତା କି ସେ ଠିକ୍‌ସେ ଠିଆ ନାଇଁ ହେଇପାରବାର ଲାଗି ପରିବାର ଲୋକ୍‌ ଚିନ୍‌ତାରେ ପଡ଼ିଗଲେ। ସେନ୍‌ତା ଝି’ ଅମ୍ବିକା ୨ ବଛର୍‌ର ହେଇଥିଲାବେଲେ ସେ ଠିଆ ହେଇ କି କଥା କହି ନାଇଁ ପାରବାର। ଇଆଡ଼େ ଜୟନ୍ତ ଝନେ ଦିନ୍‌ ମଜୁରିଆ ହେଇଥିଲାବେଲେ ସେଥ୍‌ରୁ ସେ ଯାହା କମଉଛନ୍‌ ବଡ଼ା କଷ୍‌ଟେ ଦୁଇ ଛୁଆକର ଚିକିଛା କରଉଛନ୍‌। ଏନ୍‌ତାଥି ପରିବାର ଚଲାବାର ଜୟନ୍ତ ଲାଗି ଭିଡ଼ ପଡ଼ିଯାଉଛେ। ଇଆଡ଼େ ଡାକ୍‌ତର ଛୁଆକୁ ପୋଲିଓ ହେଇଛେ ବଲି କହୁଥିବାର ଜୟନ୍ତ କହିଛନ୍‌। ଏନ୍‌ତାଥି ଝି’ପୁଓର ଚିକିଛାକେ ନେଇ ମା’ବାପ୍‌ ଚିନ୍‌ତାରେ ପଡ଼ିଛନ୍‌। ଗରିବ୍‌ ମା’ବାପ୍‌ ଝି’ପୁଓକେ ସରକାରୀ ଚିକିଛା ସୁବିଧା ଯୁଗେଇ ଦେବାକେ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ନିବେଦନ କରିଛନ୍‌। ଇଆଡ଼େ ଜୟନ୍ତ ଝନେ ନିହାତି ଗରିବ୍‌ ଶ୍ରେଣୀର ହେଇଥିଲାବେଲେ କୁଟୁମବସିଆ ଗୁଟେ ମାଏଟ୍‌ କୁରିଆରେ ରହୁଛନ୍‌। ସେନ୍‌ତା ସରକାରୀ ସାହାଯ୍‌ କହେଲେ ପଁଚେତ୍‌ରୁ ମାସିକ୍‌ ମିଲୁଥିବାର ୫ କେ.ଜି. ଚାଉଲ। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚରାଲାରୁ ଇ ଘଟନା ବାବ୍‌ଦେ ଜାନିଛେଁ। ବହୁତ୍‌ ଜଲଦି ଦୁଇ ଛୁଆକୁ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।

Share