ଗଣମାଧ୍ୟମ ପାଇଁ ଫେସ୍‌ବୁକ୍‌ରେ ନୂଆ ସୁଯୋଗ: ଖବର ପ୍ରକାଶନ ପାଇଁ ବର୍ଷକୁ ମିଳିବ ୨୧.୨୬ କୋଟି ଟଙ୍କା

ସାନ୍‌ ଫ୍ରାନ୍ସିସ୍‌କୋ, ୧୦।୮: ଗଣମାଧ୍ୟମ ପାଇଁ ଫେସ୍‌ବୁକ୍‌ରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏନେଇ ଫେସ୍‌ବୁକ୍‌ ପକ୍ଷରୁ ଶୀଘ୍ର ନୂଆ ପଦକ୍ଷେପ ଗ୍ରହଣ କରାଯିବ। ଏହା ଅନ୍ତର୍ଗତ ଏଣିକି ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଫେସ୍‌ବୁକ୍‌ରେ ଖବର ପ୍ରକାଶନ ଲାଗି ବର୍ଷକୁ ୨୧.୨୬ କୋଟି ବା ୩୦ ଲକ୍ଷ ଡଲାର ମିଳିବ। ଏହାଦ୍ୱାରା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଫେସ୍‌ବୁକ୍‌ର ଓ୍ବେବ୍‌ସାଇଟ୍‌ରେ ଖବର ପ୍ରକାଶନ କରି ବେଶ୍‌ ଲାଭାନ୍ବିତ ହୋଇପାରିବେ। ସାରା ପୃଥିବୀରେ ନିଜର ଉପସ୍ଥିିତି ଜାହିର୍‌ ତଥା ନିଜର ଓ୍ବେବସାଇଟ୍‌ ସମ୍ପ୍ରସାରଣ କରିବା ଲାଗି ଫେସ୍‌ବୁକ୍‌ ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଏହାଦ୍ୱାରା ବିଭିନ୍ନ ଗଣମାଧ୍ୟମ ସଂସ୍ଥା ବେଶ୍‌ ଉପକୃତ ହୋଇପାରିବେ। ଏନେଇ ଫେସ୍‌ବୁକ୍‌ ପ୍ରତିନିଧି ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ବିଭିନ୍ନ ଖବର, ହେଡ୍‌ ଲାଇନ୍‌ ତଥା ଏସମ୍ପର୍କିତ ତଥ୍ୟ ଫେସ୍‌ବୁକ୍‌ ସାଇଟ୍‌ରେ ପ୍ରକାଶନ କଲେ ଏହି ଅର୍ଥ ଦିଆଯିବ ବୋଲି ଫେସ୍‌ବୁକ୍‌ କହିଛି।

Share