ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଘଟଣା: ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ କେନ୍ଦ୍ରାପଡା ଏସ୍‌ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଆନନ୍ଦପୁର,୧୯। ୭(ସ୍ବ.ପ୍ର.): ଗତ ୧୭ ତାରିଖ ବୁଧବାର ଦିନ ପାଟକୁରା ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଗସ୍ତ ସମୟରେ କେନ୍ଦ୍ରାପଡ଼ା ଏସ୍‌ପି ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏ ନେଇ ଏସ୍‌ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି। ପ୍ରେସ୍‌ କ୍ଲବ ସମ୍ପାଦକ ସନ୍ତୋଷ ରାଉତଙ୍କ ସଂଯୋଜନାରେ ସଭାପତି ଗୋପାଳ କୃଷ୍ଣ ରାଉତ, ଉପସଭାପତି ଶ୍ରୀକୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଶୁଭକାନ୍ତ ନାୟକ, ରାଜୀବ ଲୋଚନ ଜେନା, ଅନୀଲ କୁମାର ସାହୁ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ର, ବରିଷ୍ଠ ଖବରଦାତା ଲୋକନାଥ ସିଂହ, ସୁବାଷ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଖବରଦାତା ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାରକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

Share