ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର, ମାସ୍କ କିଟ୍‌ ବାଣ୍ଟିଲେ ଡିଏମ୍‌କେ ମୁଖ୍ୟ

ଚେନ୍ନାଇ,୨୧।୩: ଡରାଉଚି କରୋନା। ହେଲେ ଏହାକୁ ନେଇ ଭୟଭୀତ ନ ହେବାକୁ ସରକାର କହିଛନ୍ତି। ସାବଧାନତା ଏବଂ ସତର୍କତା ଆମକୁ କରୋନା ଦାଉରୁ ରକ୍ଷା କରିବ ବୋଲି କୁହାଯାଉଛି। ବିଶେଷ ଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଭଲଭାବେ ଧୋଇବାକୁ କୁହାଯାଉଥିବା ବେଳେ ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନ ବାହାରିବାକୁ କୁହାଯାଉଛି। କିନ୍ତୁ ଜରୁରୀ ସେବା ଯୋଗାଇ ଦେଉଥିବା ଲୋକଙ୍କୁ ବିଶେଷ ସତର୍କ ରହିବାକୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଡିଏମ୍‌କେ ମୁଖ୍ୟ ଏମ୍‌. କେ. ଷ୍ଟାଲିନ ଚେନ୍ନାଇର ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାନସଭା ବାହାରେ ସାବୁନ, ହ୍ୟାଣ୍ଡ ସାନିଟାଇଜର ଓ ଫେସ୍‌ ମାସ୍କର ଏକ କିଟ୍‌ ପ୍ରଦାନ କରିଛନ୍ତି।

Share