ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବଡ଼ଚଣା ଗସ୍ତ: ଅନୁପସ୍ଥିତ ଥିବାରୁ ୧୦ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ଚଣ୍ଡିଖୋଲ,୨୧।୧(ଡି.ଏନ୍‌.ଏ.): ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ବଡ଼ଚଣା ଗସ୍ତରେ ଆସି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ବଡ଼ଚଣା ବାଳିକା ଉଚ୍ଚ ବିଦ୍ୟାଳୟକୁ ତନଖି କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦.୨୦ରେ ମନ୍ତ୍ରୀ ପହଞ୍ଚିବା ସମୟରେ ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ୫ଜଣ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ସେହିଭଳି ବଡ଼ଗଣା ଉଚ୍ଚ ବାଳିକା ବିଦ୍ୟାଳୟ ପରିଦର୍ଶନ ସମୟରେ ୫ଜଣ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ। ସମସ୍ତଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜଣାପଡ଼ିଛି।

Share