ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ କଳାହାଣ୍ଡି ଜିଲାର ବିଭିନ୍ନ ସ୍କୁଲ ଗସ୍ତ: ଖରାପ ଶିକ୍ଷାଦାନ ପାଇଁ ୨ ଶିକ୍ଷକଙ୍କୁ ନୋଟିସ

ଭବାନୀପାଟଣା, ୧୦।୨(ଡି.ଏନ.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କଳାହାଣ୍ଡିର ବିଭିନ୍ନ ସ୍କୁଲକୁ ଅଚାନକ ଗସ୍ତ କରଛନ୍ତି। ଇଂଲିଶ ଶିକ୍ଷାରେ ସ୍କୁଲଗୁଡିକ ପଛରେ ପଡିଯିବାକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଂଲିଶ ବିଷୟରେ ଖରାପ ଶିକ୍ଷାଦାନ ଲାଗି ଭବାନୀପାଟଣାର ବିମ୍ବାଧର ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଦୁଇଜଣ ଇଂଲିଶ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଫେବୃୟାରୀ ମାସର ଦରମା ବନ୍ଦ ଲାଗି ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେହିପରି ଭବାନୀପାଟଣା କର୍ଲାଗୁଡା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଇଂଲିଶ ଶିକ୍ଷାଦାନ ମାନ କମ ଥିବାରୁ ସହକାରୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ କରିବାକୁ ଭବାନୀପାଟଣା ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share