ଗଣିତରେ କପି କରି ଧରାପଡ଼ିଲେ ୬ ପରୀକ୍ଷାର୍ଥୀ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଚଳିତବର୍ଷ ୧୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲୁରହିଛି। ବୁଧବାର ଗଣିତ ପରୀକ୍ଷାରେ କପି କରି କେନ୍ଦୁଝର ଓ ବାଲେଶ୍ୱର ସ୍କ୍ବାଡ ହାତରେ ୬ଜଣ ଧରାପଡ଼ିଛନ୍ତି। ନନ୍ଦୀପଦା ମୁକୁନ୍ଦ ଚରଣ ବିଦ୍ୟାପୀଠରେ ୨ ଜଣ,ସୋସୋ କାନପୁର ବିକେ ହାଇସ୍କୁଲରେ ୨ ଜଣ, ବାଲିବରେଇ ହାଇସ୍କୁଲରେ ୨ଜଣ ମୋଟ୍‌ ୬ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ ହାତରେ ଧରାପଡ଼ିଛନ୍ତି। ଅନ୍ୟପକ୍ଷରେ ଏହି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିିଟିଭି ନାହିଁ।
ସୂଚନାଯୋଗ୍ୟ, ୧୩ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ଚଳିତବର୍ଷ କେବଳ ୭ଟି ପରୀକ୍ଷା କେନ୍ଦ୍ରରେ ସିସିିଟିଭି ଲାଗିଛି।