ଗଣିତ ପଢାଇବେ ବିଦ୍ୟା

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗର୍ଲ ବିଦ୍ୟା ବଲାନ ଏବେ ଗଣିତ ପଢାଇବେ ବୋଲି ଜଣାପଡିଛି। ବଲିଉଡ୍‌ ବାୟୋପିକ ମୁଭି ‘ଶକୁନ୍ତଳା ଦେବୀ‘ରେ ନଜର ଆସିଥିବା ବିଦ୍ୟାଙ୍କର ଏକ ନୂଆ ଲୁକ୍‌ ଏବେ ଦେଖିବାକୁ ମିଳିବ। ମଙ୍ଗଳବାର ଏହି ଫିଲ୍ମର ପ୍ରଥମ ମୋଶନ୍‌ ପୋଷ୍ଟର ରିଲିଜ୍‌ ହୋଇଛି। ଯେଉଁଥିରେ ବିଦ୍ୟାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ବିଦ୍ୟା ଶାଢି ପିନ୍ଧିଥିବା ବେଳେ ଏଥିରେ ଶକୁନ୍ତଳା ଦେବୀ ଗଣିତଜ୍ଞ ହ୍ୟୁମାନ କମ୍ପ୍ୟୁଟର ବୋଲି ଲେଖାଯାଇଛି। ସୂଚନାଯୋଗ୍ୟ, ଶକୁନ୍ତଳା ଦେବୀ ଖୁବ୍‌ଶୀଘ୍ର ଗଣିତର ସମାଧାନ କରିପାରୁଥିଲେ। ସେଥିପାଇଁ ତାଙ୍କୁ ହ୍ୟୁମାନ କମ୍ପ୍ୟୁଟର କୁହାଯାଉଥିଲା। ଫିଲ୍ମଟି ୨୦୨୦ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମେନନ।

Share