Categories: ଫୁରସତ

ଗଣିତ, ବିଜ୍ଞାନକୁ ଡରି ପାଠପଢ଼ା ଛାଡ଼ି ଦେଇଥିବା ବ୍ୟକ୍ତିଜଣକ ୮୫ ବର୍ଷରେ କଲେ ଗ୍ରାଜୁଏଶନ୍‌

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍‌ ଏଞ୍ଜଲସ୍‌ର ଜଣେ ୮୫ ବର୍ଷୀୟ ବୃଦ୍ଧ। ଗଣିତ ଏବଂ ବିଜ୍ଞାନକୁ ଡରି ଯିଏ ଦିନେ ସ୍କୁଲ ଛାଡ଼ିଦେଇଥିଲେ ସେ ଆଜି ଗ୍ରାଜୁଏଟ୍‌। ଏକାଧାରରେ ଜଣେ ଲେଖକ, ସ୍ତମ୍ଭକାର ଏବଂ ପେଣ୍ଟିଂ ଡିଜାଇନ ବ୍ୟବସାୟ କରୁଥିବା ସାଉଲ୍‌ ଇସ୍‌ଲର ପରିଣତ ବୟସରେ ସାଣ୍ଟା ମୋନିକା କଲେଜରୁ ଗ୍ରାଜୁଏଶନ ପାସ କରିଛନ୍ତି। ସ୍କୁଲ ସିନା ଛାଡ଼ିଦେଇଥିଲେ କିନ୍ତୁ ଲେଖାଲେଖି ଅଭ୍ୟାସ ଜାରି ରଖିଥିଲେ। ପାଠପଢ଼ା ପ୍ରତି ଏତେ ଆଗ୍ରହ ବଢ଼ିଗଲା ସେ ସାଣ୍ଟା ମୋନିକା କଲେଜରେ ଆଡମିଶନ ନେଇଗଲେ। ଚଳିତବର୍ଷ ସାଉଲ୍‌ ୮୫ ବର୍ଷ ବୟସରେ ଗ୍ରାଜୁଏସନ ଡିଗ୍ରୀ କରିଛନ୍ତି। ସେ କୁହନ୍ତି, ଜୀବନରେ ଆସିଥିବା ଝଡ଼ଝଞ୍ଜାରୁ ବହୁତ କିଛି ଶିଖିଛନ୍ତି। ତାଙ୍କୁ ଆଗକୁ ଯିବାକୁ ଏଥିରୁ ପ୍ରେରଣା ମିଳିଛି। ସାଉଲ୍‌ କୁହନ୍ତି, ପିଲାଦିନେ ପିତା ଚାହୁଁଥିଲେ ମଁୁ ତାଙ୍କ ପରି ଓକିଲ ହୁଏ। କିନ୍ତୁ ମୋର ଗଣିତ ଏବଂ ବିଜ୍ଞାନ ଭଲ ହେଉ ନ ଥିବାରୁ ପାଠପଢ଼ା ଛାଡ଼ିଦେଇଥିଲି। ଏହା ପରେ ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେଲା। ସେ ଲେଖାପଢ଼ାରେ ମନ ଦେଲେ। ୬୧ ବର୍ଷରେ ତାଙ୍କର ଲେଖନୀ ଚାଳନା କରି ପ୍ରଥମେ ‘ବୁଡ୍‌ ବଚର’ ଲେଖିଥିଲେ। ଏଥିରୁ ଝିଅମାନଙ୍କ କାମ କରିବା ସମ୍ପର୍କରେ ବହୁ କଥା ଜାଣିବା ପାଇଁ ଲେଖା ଥିଲା। ଇତିମଧ୍ୟରେ ତାଙ୍କର ୩ଟି ଉପନ୍ୟାସ ଏବଂ ଲଘୁ କଥାବଳି ପ୍ରକାଶିତ ହୋଇସାରିଛି।

Share