ଗଣେଶଙ୍କୁ ପୂଜା କରି ଟ୍ରୋଲ ହେଲେ ସାରା

ମୁମ୍ବାଇ: ସାରା ଦେଶରେ ଏବେ ଗଣପତିଙ୍କ ପୂଜାକୁ ନେଇ ଉତ୍ସବର ମାହୋଲ। ବଲିଉଡ କଳାକାରମାନେ ମଧ୍ୟ ଏହାକୁ ବେଶ ଧୁମ୍‌ଧାମରେ ପାଳନ କରୁଛନ୍ତି। ଏପରିସ୍ଥଳେ ଗଣେଷଙ୍କୁ ପୂଜି ଟ୍ରୋଲ୍‌ ହୋଇଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍‌।

ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଗଣେଶଙ୍କ ସହ ଏକ ଫଟୋ ଶେୟାର କରିଥିଲେ ସାରା। ଏହାକୁ କିଛି ପ୍ରଶଂସକ ଗ୍ରହଣ କରିପାରି ନ ଥିଲେ। ମୁସଲମାନ ହୋଇଥିବା ସତ୍ତ୍ୱେ ସେ କ’ଣ ପାଇଁ ହିନ୍ଦୁଙ୍କ ଭଳି ପୂଜା କରୁଛନ୍ତି ସେ ନେଇ ଅନେକ ବ୍ୟବହାରକାରୀ ତାଙ୍କୁ ପ୍ରଶ୍ନ କରିଥିବା ଦେଖାଯାଇଛି। ଏପରିକି କେହି କେହି ତାଙ୍କୁ ନିଜ ନାମରୁ ଅଲ୍ଲୀ ଖାନ୍‌ ହଟାଇଦେବାକୁ କହୁଥିବା ଦେଖାଯାଇଛି।

ତେବେ କହିରଖୁଛୁ, ଏବେ ସାରା କାର୍ତ୍ତିକଙ୍କ ପ୍ରେମରେ। ସାରା ମୁସଲମାନ ହୋଇଥିଲେ ହେଁ କାର୍ତ୍ତିକ ହିନ୍ଦୁ ଧର୍ମର। ଏଣୁ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବାକୁ ସାରା ମନ ବଳାଉଥିବା ଅନୁମାନ କରାଯାଉଛି। ଏପରିକି ଫଟୋଟିକୁ କାର୍ତ୍ତିକ ଉଠାଇଥିବା କୁହାଯାଉଛି।

Share