Categories: ଜାତୀୟ

ଗଣେଶ ପୂଜାରେ ବାଣ ଫୁଟାଇଲେ ଅବା ଚାନ୍ଦା ମାଗିଲେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ହାଇଦ୍ରାବାଦ,୨୦।୮: ପାଖେଇ ଆସିଲାଣି ଗଣେଶ ପୂଜା। ଏବେଠାରୁ ଏହାପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପୋଲିସ ମଧ୍ୟ ସବୁ ବ୍ୟବସ୍ଥା ଆରମ୍ଭ କରି ସାରିଲାଣି। ହାଇଦ୍ରାବାଦରେ ଚଳିତ ବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରୁ ୧୨ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ସମୟରେ ଯଦି କେହି ସର୍ବସାଧାରଣ ସ୍ଥାନରେ ବାଣ ଫୁଟାନ୍ତି ଅବା ଯୋର ଜବରଦସ୍ତ ଚାନ୍ଦା ଆଦାୟ କରନ୍ତି ତେବେ ସେମାନଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ତେବେ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି।

Share