ଗଣେଶ ପୂଜାର ଅନ୍ତିମ ଦିନ, ଭସାଣି ଉତ୍ସବ ଲାଗି ଚଳଚଞ୍ଚଳ ତାଳଚେର

ତାଳଚେର,୧୪।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଗଣେଶ ପୂଜାର ଶନିବାର ଅନ୍ତିମ ଦିବସ। ଏହି ଉପଲକ୍ଷେ ସହରରେ ଭସାଣି ଉତ୍ସବ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ଜିଲାପାଳ ମନୋଜ ମହାନ୍ତି, ଉପଜିଲାପାଳ ତଥା କେନ୍ଦ୍ରୀୟ ପୂଜା କମିଟିର ସଭାପତି ପରେଶ ଚନ୍ଦଅ ନାୟକ, ଅତିରିକ୍ତ ଏସ୍‌ପି ସନ୍ତୋଷ ମିଶ୍ର, ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା, ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବାକୁ ଅତିଥିମାନେ ଅନୁରୋଧ କରିଥିଲେ।